ବଜେଟ ୨୦୨୧-୨୨

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିପରି ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି।ଏଥିସହ ଚଳିତ ବଜେଟରେ କରୋନା ଟିକାକରଣ ଲାଗି ୩୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଦ୍ବାରା ୧୭,୦୦୦ ଗ୍ରାମୀଣ କେନ୍ଦ୍ର ଏବଂ ୧୧,୦୦୦ ସହରରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ଯୋଗାଇ ଦିଆଯିବ। ତେବେ ଜାତୀୟ ସ୍ବାସ୍ଥ୍ୟ ମିସନରୁ ପୂର୍ବରୁ ଯେଭଳି ସୁବିଧା ମିଳୁଥିଲା ତାହା ପୂର୍ବପରି ଚାଲୁ ରହିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ଏହା ହେଉଛି ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ କ’ଣ ହୋଇଛି ଶାସ୍ତା ଓ କ’ଣ ହୋଇଛି ମହଙ୍ଗା ଜାଣନ୍ତୁ…..
ମହଙ୍ଗା – ବୈଦୁତିକ ଉପକରଣ, ପେଟ୍ରୋଲ ଓ ଡିଜେଲ , ମୋବାଇଲ ଫୋନ, ମୋବାଇଲ ଚାର୍ଜର,ରତ୍ନ ପଥର, ସୂତା ପୋଷାକ, ବିଦେଶୀ ଖାଦ୍ୟ ତୈଳ, ସୋଲାର ଇନଭର୍ଟର, ଅଟୋ ପାର୍ଟସ ଆଦି।
ଶସ୍ତା – ଲୁହା, ଷ୍ଟିଲ, ନାଇଲନ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର, ସୁନା, ରୁପା, ଚମଡା ଦ୍ରବ୍ୟ ଆଦି।

Leave A Reply

Your email address will not be published.