ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଡିସପେନସେରିରେ ଟିକା ନେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ଏନେଇ ଟ୍ୱିଟ କରି ଜଣାଇଛନ୍ତି। ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ଟିକାର ପ୍ରଥମ ଡୋଜ୍ ନେଇ ମୁଁ ବହୁତ ଖୁସି । ଖୁବଶୀଘ୍ର ଟିକା ପ୍ରସ୍ତୁତ କରିଥିବାରୁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ମୁକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.