ଟିକାନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜିଠୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍ସରେ ପହଞ୍ଚି ନେଇଛନ୍ତି କରୋନା ଟିକା।ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଟିକା ନେବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍‌ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ସୂଚନାଯୋଗ୍ୟ, ଆଜିଠାରୁ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ଟିକା ଆରମ୍ଭ ହୋଇଛି। ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲର ଟିକାକେନ୍ଦ୍ରରେ ଏହି ଟିକା ମିଳିପାରିବ। ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୪୫ରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ସେମାନେ ଟିକା ନେବେ। ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ଡୋଜ ପିଛା ୨୫୦ ଟଙ୍କା ଦେବାକୁ ହେବ ବୋଲି ସରକାର ନିୟମ କରିଛନ୍ତି।

You must be logged in to post a comment. cialis price in south africa Search for:.

Leave A Reply

Your email address will not be published.