ଏଟିଏମରୁ ୪୨ ଲକ୍ଷ ଲୁଟ

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‍ ହୋଇଛି। ପତ୍ରପୁରରେ ଥିବା ଏଟିଏମ୍‍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍‍ ହୋଇଛି। ଏହିପରି ମୋଟ୍‍ ୪୨ ଲକ୍ଷ ୮୨ ହଜାର ୫୦୦ ଟଙ୍କା ଲୁଟ୍‍ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.