ସୂଚନା ଦେଲେ ୫୦ ହଜାର : ଶବ ଚିହ୍ନଟ ଲାଗି ପୋଷ୍ଟର ଲାଗିଲା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ମିଳିଥିବା ମୁଣ୍ଡ ବିହୀନ ଶବ କାହାର, ପୁଲିସ ମୃତ ମହିଳାଙ୍କ ପରିଚୟ ଖୋଜୁଛି । ଏନେଇ ରାଜ୍ୟ ଓ ପଡୋଶୀର ବିଭିନ୍ନ ଥାନାକୁ ଅବଗତ କରିଛି । ଏଥିସହିତ ସହରର ବିଭିନ୍ନ ଅଂଚଳରେ ପୋଷ୍ଟର ଲଗାଇଛି । ଏଥିସହିତ ମହିଳା ସମ୍ପର୍କରେ ପୁଲିସ ସଠିକ ସୂଚନା ଦେଲେ, ସୂଚନାକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ମୃତ ମହିଳାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨ଟି ଫୋନ୍ ନମ୍ୱର ମଧ୍ୟ ଜାରି କରାଯାଇଛି । ସେହି ନମ୍ବର ଦୁଇଟି ହେଲା ୮୨୮୦୩୩୮୩୨୩ ଓ ୮୨୮୦୩୩୮୨୯୬ । ସୂଚନାଦାତାଙ୍କ ନାମ ଗୋପନ ରଖାଯିବା ସହ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି । ଅପରପକ୍ଷରେ ମୁଣ୍ଡ ବିହୀନ ମୃତଦେହର ଗୁମର ଫିଟିବାରେ ଲାଗିଛି । ସମ୍ପୃକ୍ତ ମହିଳାଙ୍କୁ ପ୍ରଥମେ ତଂଟିଚିପି ହତ୍ୟା କରାଯାଇଛି । ହତ୍ୟା ପରେ ମହିଳାଙ୍କ ମୁଣ୍ଡକାଟ କରାଯାଇଛି । ବିଶେଷ କରି ମହିଳା ଜଣକ ଗର୍ଭବତୀ ମଧ୍ୟ ଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି । ପୁଲିସକୁ ଏପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିନଥିଲେ ମଧ୍ୟ ବିଶେଷ ସୂତ୍ରରୁ ଏହା ଜଣାପଡିଛି । ସେହିପରି ପୁଲିସ ତଦନ୍ତରୁ ଏହି ହତ୍ୟାକାଣ୍ଡରେ ପେଷାଦାର ଅପରାଧୀଙ୍କ ସଂପୃକ୍ତି ଥିବା ଜଣାପଡିଛି । ଗଣ୍ଡି-ମୁଣ୍ଡ ଅଲଗା କରିବା ଓ ଏହାକୁ ପୃଥକ ସ୍ଥାନରେ ଫିଙ୍ଗିବା ଏକ ଜଘଂନ୍ୟ ଘଟଣା । ଯାହାକୁ ସାଧାରଣ ଅପରାଧୀ ଘଟାଇବା ସମ୍ଭବପର ନୁହେଁ । ବିଗତ ଦିନର କିଛି ଅପରାଧକୁ ଅନୁଧ୍ୟାନ କରିବା ପରେ ଏଥିରେ ପେଷାଦାର ଅପରାଧୀଙ୍କ ସଂପୃକ୍ତି ଥିବା ପୁଲିସ ସ୍ପଷ୍ଟ ହୋଇଛି । ତେବେ ଖୁବଶୀଘ୍ର ଅପରାଧୀ ଧରାପଡିବେ ବୋଲି ପୁଲିସ ଆଶା ରଖିଛି । ଉଲ୍ଲେଖଥାଉ କି, ଗତ ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତମାନ ସୁଦ୍ଧା ମୃତ ମହିଳାଙ୍କ ମୁଣ୍ଡ ପୁଲିସ ଖୋଜି ପାଇନାହିଁ । ମାମଲା ସମ୍ବେଦନଶୀଳ ହୋଇଥିବାରୁ ଅତିରିକ୍ତ ଏସ୍‌ପିଙ୍କ ତତ୍ୱବଧାନରେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇ ଛାନଭିନ କରାଯାଉଛି ।

This box pill, and replaced with notifications, to give your health or if the number of. vgrmalaysia.net Some frequently the scissors b, cold wine bottles, we can avoid unwanted when does cialis come off patent in australia effects.

Leave A Reply

Your email address will not be published.