ନିର୍ଭୟା ରେପିଷ୍ଟଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟାଙ୍କୁ ବର୍ବୋରିଚିତ ଗଣଦୁଷ୍କର୍ମ କରିଥିବା ୪ ରାକ୍ଷସ ଅକ୍ଷୟ ସିଂହ, ମୁକେଶ, ପାୱନ ଗୁପ୍ତା ଏବଂ ବିନୟ ଶର୍ମା ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀରେ ଝୁଲିବେ । ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଆଜି ଏମାନଙ୍କର ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ତିହାର ଜେଲ୍ ରେ ଥିବା ଦୋଷୀମାନଙ୍କୁ ଫାଶୀରେ ଚଢ଼ାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡେଥ୍ ୱାରେଣ୍ଟ ଜାରି ପରେ ନିର୍ଭୟାଙ୍କ ମାଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବ । ୭ ବର୍ଷ ପରେ ମୋ ଝିଅକୁ ନ୍ୟାୟ ମିଳିବ ।

୨୦ରେ ତିହାର୍ ଜେଲରେ ପହଞ୍ଚିବେ ଘାତକ ପୱନ ଜଲ୍ଲାଦ
ଆସନ୍ତା ୨୦ ତାରିଖରେ ତିହାର୍ ଜେଲରେ ଆସି ପହଞ୍ଚିବେ ମିରଟ୍ ଜେଲର ଘାତକ ପୱନ ଜଲ୍ଲାଦ । ଆଉ ୨୨ ତାରିଖରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରାଇ ଫାଶୀ ଖୁଣ୍ଟରେ ଝୁଲାଇ ଦେବେ । ଯେଉଁଥି ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାଲିଥିବା ଭିତିରିଆ ପ୍ରସ୍ତୁତି ଏବେ ତ୍ୱରାନ୍ୱିତ କରାଯାଇଛି ।ତିହାର ୩ ନମ୍ବର ଜେଲରେ ଥିବା ଫାଶୀ କୋଠାରେ ହିଁ ଦୁଷ୍କର୍ମକାରୀ- ବିନୟ ଶର୍ମା ( ୨୬), ପୱନ ଗୁପ୍ତା(୨୫), ଅକ୍ଷୟ ଠାକୁର(୩୧) ଓ ମୁକେଶ ସିଂହ(୩୨)ଙ୍କୁ ଦିଆଯିବ ଫାଶୀ । ପ୍ରଥମ ଥର ପାଇଁ ଦେଶରେ ଏକା ଥରକେ ୪ ଜଣଙ୍କୁ ଫାଶୀ ଦିଆଯିବ । ସେମାନଙ୍କୁ ପୃଥକ ପୃଥକ ସେଲରେ ରଖାଯାଇଛି । ୨୨ ତାରିଖ ସକାଳେ ଫାଶୀ ଖୁଣ୍ଟକୁ ନେବା ପର୍ୟ୍ୟନ୍ତ ଏମାନଙ୍କୁ କଡ଼ା ସୁରକ୍ଷାରେ ରଖାଯିବ । ଜେଲ୍ ସୁରକ୍ଷାକର୍ମୀ, ଏମାନଙ୍କ ସେଲ୍ ଆଗରେ ୨୨ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟିଆ ପହରା ଦେବେ ।

Leave A Reply

Your email address will not be published.