ବକେୟା ଥିଲେ ବିଦ୍ୟୁତ ସଂଯୋଗ କଟିବ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବିଦ୍ୟୁତ ବିଲ୍ ପଇଠ ନକଲେ ଜାନୁଆରୀ ୧୬ରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ।  ଏଥିପାଇଁ ୧୧,୩୯୭ ଗାଁ ଚିହ୍ନଟ କରାଯାଇଛି । ବିଦ୍ୟୁତ୍ ଯୋଗାଣ କାଟିବା ପାଇଁ ସେସୁ ପକ୍ଷରୁ ୪୧୩ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଡିସେମ୍ବରରେ ସେସୁ ପକ୍ଷରୁ ବାକି ଥିବା ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ସମସ୍ତ ଉପଭୋକ୍ତାମାନଙ୍କୁ ଜଣାଇ ଦିଆଯାଇ ଥିବା ବେଳେ ଡିସେମ୍ବର ୧୬ରୁ ବାକି ରହିଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍ ଲାଇନ୍ କଟାଯିବ ବୋଲି  ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି  ।  
 ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀବୋଥ୍ରା କହିଛନ୍ତି, ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରିବ  । ଏଯାବତ୍ ବକେୟା ରଖିଥିବା ୭ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ବିଲ ପୈଠ କରିଛନ୍ତି । ବକେୟା ଥିବା ୧୯୭୧ କୋଟିରୁ ମାତ୍ର ୨୧ କୋଟି ଟଙ୍କା ଆଦାୟ ହାଇଛି  । ତେଣୁ ବାକି ଥିବା ବିଦ୍ୟୁତ୍ ବିଲ୍ ଶିଘ୍ର ଉପଭୋକ୍ତାମାନେ ଜମା କରନ୍ତୁ ବୋଲି ସେ ରଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ।
ବିଦ୍ୟୁତ କାଟିବାକୁ ୧୧, ୩୯୭ ଗ୍ରାମ ଚିହ୍ନଟ କରାଯାଇଛି  । ଏହି ଅଭିଯାନ ପାଇଁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି  । ଏହି ସ୍କ୍ୱାଡ ରାଜ୍ୟର ଆଠଟି ଜିଲ୍ଲାର ସେସୁ ଅନ୍ତର୍ଭୁକ୍ତ୨୦ଟି ଡିଭିଜନ୍, ୬୫ ଟି ସବ୍ ଡିଭିଜନ୍ର ୨୪୭ ସେକ୍ସନ୍ ଏବଂ ୧୬୪୩ ରୁଟ୍ରେ ବିଦ୍ୟୁତ୍ କାଟ୍ କରିବେ । ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି । ୮ଲକ୍ଷ ୩୬ ହଜାର ଘରୋଇ ଉପଭୋକ୍ତାଙ୍କୁ ନୋଟିସ୍ ହୋଇଥିବା ବେଳେ ୫୯,୧୯୦ କମରସିଆଲ୍ ଉପଭୋକ୍ତା, ୫୯୬୫ ସରକାରୀ ଅନୁଷ୍ଠାନ ଏବଂ ୭୩ ହଜାର ଛୋଟ ଛୋଟ ଅନୁଷ୍ଠାନ ବିଦ୍ୟୁତ ବିଲ ବକେୟା ରଖିଛନ୍ତି  । ସରକାରୀ ଅନୁଷ୍ଠାନ ଉପରେ ୬୪ କୋଟି ୩୬ ଲକ୍ଷ ବାକି ରହିଛି  । ଏନେଇ ସରକାରଙ୍କ ସହ ଆଲୋଚନା ପରେ ବକେୟା ବିଲ୍ ମାର୍ଚ୍ଚ ୩୧ ସୁଦ୍ଧା ପୈଠ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।  
ଯେଉଁ ଉପଭୋକ୍ତାମାନେ ଏକ କାଳୀନ ବିଦ୍ୟୁତ୍ ବିଲ୍ ପଇଠ ନ କରିପାରିବେ ସେମାନେ ପାଇଁ କିସ୍ତିର ସୁବିଧା ରହିଛି । ବିଦ୍ୟୁତ୍ ବିଲ୍ ୨୫ ହଜାର ବାକି ଥିଲେ ସେମାନେ ତାହାର ୩୦ ପ୍ରତିଶତ ଦେଇ ତିନୋଟି କିସ୍ତିରେ ଟଙ୍କା ସୁଝି ପାରିବେ । ସେହିପରି ୫୦ ହଜାର ଥିଲେ ୩୦ ପ୍ରତିଶତ ଦେଇ ଚାରୋଟି କିସ୍ତି ଏବଂ ୫୦ ହଜାରରୁ ଅଧିକ ଥିଲେ ୩୦ ପ୍ରତିଶତ ଦେଇ ଛଅଟି କିସ୍ତିରେ ଟଙ୍କା ପଇଠ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଉଲ୍ଲେଖଯାଗ୍ୟ ଯେ, ବକେୟା ବିଲ୍ରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ବାକି ରହିଛି  । ଅର୍ଥାତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କାଟି ଟଙ୍କା ବାକି ରହିଛି  । ସମୁଦାୟ ବିଦ୍ୟୁତ ବିଲ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି ଅଭିଯୋଗ ହୋଇଛି  । ଆପତ୍ତି ଅଭିଯୋଗ ଥିବା ପାଞ୍ଚୋଟି ଶିଳ୍ପାଞ୍ଚଳ ଉପରେ ୯୬ କୋଟି ଟଙ୍କା ବାକି ରହିଛି । ସେଥିମଧ୍ୟରୁ ନବ ଭାରତ ଭେନ୍ସର ନାମକ ଏକ କମ୍ପାନୀ ଉପରେ ୮୨କୋଟି ଟଙ୍କା ବିଲ୍ ବାକି ରହିଛି । ତେବେ ଜାନୁଆରୀ ୧୬ ପୂର୍ବରୁ ବକେୟା ବିଦ୍ୟୁତ୍ ବିଲ୍ ପଇଠ ନକଲେ ଲାଇନ କଟାଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଥିଲେ  ।

Leave A Reply

Your email address will not be published.