ମୁଣ୍ଡ ବିହୀନ ଶବର ରହସ୍ୟ ଖୋଲିଲା

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ମୁଣ୍ଡ ବିହୀନ ଶବର ରହସ୍ୟ ଖୋଲିଛି । ମୃତକ ଜଣକ ଧିରୀକୁଟୀ ବସ୍ତିରେ ରହୁଥିବା ପୁଷ୍ପଲତା ରାଉଳ (୨୮) ବୋଲି ସ୍ପଷ୍ଟ ହୋଇଛି । ବିବାହ ବିବାଦକୁ ନେଇ ତାଙ୍କୁ ତଂଟି ଚିପି ହତ୍ୟା ପରେ ମୁଣ୍ଡ କାଟ ହୋଇଥିବା ପୁଲିସ କହିଛନ୍ତି । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇଜଣଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଓ ବ୍ୟବହୃତ ବୋଲେରୋ ଗାଡିକୁ ପୁଲିସ ଜବତ କରିଛି ।
ଏନେଇ ସୂଚନା ଦେଇ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଧିରୀକୁଟି ବସ୍ତିରେ ରହୁଥିବା ପୁଷ୍ପଲତା ରାଉଳ ସ୍ୱାମୀଙ୍କ ମୃତ୍ୟୁ ପରେ ଅଙ୍ଗଦ ଦାସ ଓରଫ ସଞ୍ଜୟଙ୍କ ସଂସ୍ପର୍ଶରେ ଆସିଥିଲେ । ସଞ୍ଜୟ ପୂର୍ବରୁ ପୁଷ୍ପଲତାଙ୍କ ଘରେ ଭଡାରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ପରିଚୟ ରହିଥିଲା । ପରବର୍ତୀ ସମୟରେ ପୁଷ୍ପଲତା ଭରତପୁର ତାରିଣୀ ନଗର ବସ୍ତିରେ ଘର କରି ରହିଥିଲେ । ହେଲେ ସଞ୍ଜୟଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ମଝିରେ ମଝିରେ ସେ ସଞ୍ଜୟଙ୍କ ଘରକୁ ଯାଉଥିଲେ । ଦୁଇ ଜଣଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ରହିଥିଲା । ଏପରିକି ମାସେ ଧରି ଉଭୟ ଫୁଲେଶ୍ୱରୀ ଏକାଠି ରହୁଥିଲେ ।
ଗତ ଡିସେମ୍ୱର ୨୪ ତାରିଖରେ ପୁଷ୍ପଲତା ଆମୋଫୋଇ ସଂଗଠନରେ ପ୍ରୀତିରଞ୍ଜନ ପତିଙ୍କୁ ବିବାହ କରି ଚକେଇଶିଆଣୀରେ ରହୁଥିଲେ । ବିବାହର କିଛି ଦିନ ପରେ ପ୍ରୀତିରଞ୍ଜନଙ୍କୁ ଛାଡି ପୁଷ୍ପଲତା ଫୁଲେଶ୍ୱର ବସ୍ତିରେ ରହୁଥିବା ସଞ୍ଜୟଙ୍କ ପାଖକୁ ପଳାଇ ଯାଇଥିଲେ । ସେଠାରେ ଉଭୟ ଏକାଠୀ ରହୁଥିଲେ । ହେଲେ ବିବାହକୁ ନେଇ ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଯାହା ସଂଜୟଙ୍କୁ ମର୍ମାହତ କରିଥିଲା । ଏହାକୁ ନେଇ ସଞ୍ଜୟ ପ୍ରତିଶୋଧ ପରାୟଣ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଗତ ୩ ତାରିଖରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହି ଦିନ ସନ୍ଧ୍ୟାରେ ସଞ୍ଜୟ ପୁଷ୍ପଲତାର ତଂଟିଚିପି ହତ୍ୟା କଲା । ପରେ ପ୍ରମାଣ ନଷ୍ଟ ପାଇଁ ସଞ୍ଜୟ ସାଙ୍ଗ ଶ୍ରୀକାନ୍ତ ଦାସଙ୍କୁ ଡାକି ଯୋଜନା ପ୍ରସ୍ତୁତ କରିଥିଲେ । ପରେ ଆଇଗିଣିଆ ମାର୍କେଟକୁ ଯାଇ ଦୁଇ ହଳ ସର୍ଜିକାଲ୍ ଗ୍ଲୋବ୍ସ ଓ ଛୁରୀ କିଣି ଆଣିଲେ । ବସ୍ତିର ଲୋକେ ଶୋଇବା ପରେ ବିଳମ୍ୱିତ ରାତିରେ ସଞ୍ଜୟ ନିଜ ମାଲ୍ ବୋଝେଇ ଗାଡିରେ ମୃତଦେହକୁ ନେଇ ଅନ୍ଧାରୁଆ-ଦାସପୁର ରାସ୍ତାରେ ପକାଇ ଦେଇଥିଲେ । ସେଠାରୁ ପୁଷ୍ପଲତାଙ୍କ ମୁଣ୍ଡକୁ ଛୁରୀରେ କାଟି ଖଣ୍ଡଗିରି-ଚନ୍ଦକା ରୋଡ୍‌ର ହାତୀ ଟ୍ରେଂଚରେ ପକାଇ ଦେଇଥିଲେ । ଏହା ପରେ ଉଭୟେ କାମ କରିବା ବାହାନାରେ ଦଶପଲ୍ଲାରେ ଜଣଙ୍କ ବନ୍ଧୁଙ୍କ ପାଖକୁ ପଳାଇଥିଲେ ।
୪ତାରିଖ ଦିନ ମୁଣ୍ଡ ବିହୀନ ଶବ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଶବ ଚିହ୍ନଟ କରିବାକୁ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବା ସହ ୫୦ ହଜାର ଟଙ୍କର ପୁରସ୍କାର ଘୋଷଣା କରିଥିଲା । ପରେ ପୁଲିସ ପାଖକୁ ୩୦ରୁ ଅଧିକ ସୂଚନା ଆସିଥିଲା । ଏହାକୁ ଯାଂଚ କରିବା ପରେ ୯ ତାରିଖ ଦିନ ପୁଷ୍ପଲତା ସମ୍ପର୍କରେ ସଠିକ ସୂଚନା ମିଳିଥିଲା । ପୁଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଷ୍ପଲତାଙ୍କ କଟାମୁଣ୍ଡ, ମୋବାଇଲ ଓ ମୃତଦେହ ନିଆଯାଇଥିବା ମାଲ୍ ବୋଝେଇ ବୋଲେରୋ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ପୁଲିସ କମିଶନର କହିଛନ୍ତି ।

At doses of between mg and mg, Modafinil is well tolerated by most individuals [ 21 ]. cialis drug There are minor side effects and concerns, but most users find the benefits of Modafinil far outweigh the minor risks and safety concerns.

Leave A Reply

Your email address will not be published.