ବ୍ୟାଙ୍କ ୪ ଦିନ ବନ୍ଦ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତା ତେର ତାରିଖ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୧୪ ତାରିଖ ରବିବାର। ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।

Leave A Reply

Your email address will not be published.