ପରଭେଜଙ୍କୁ ଫାଶୀ ଦଣ୍ଡାଦେଶ

ଇସ୍ଲାମଵାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଆର୍ମି ଚିଫ ପରଭେଜ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ ପେଶାୱାର କୋର୍ଟ । ଦେଶ ବିରୋଧରେ ଷଡ଼ଯନ୍ତ୍ର ମାମଲାରେ ପରଭେଜ ମୁସାରଫଙ୍କ ନାଁରେ ମଙ୍ଗଳବାର ଶୁଣାଣୀ ହୋଇଛି । ପାକିସ୍ତାନ ଲାହୋରସ୍ଥିତ ପେଶାୱାର କୋର୍ଟ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଶରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଭଳି ରାୟ ପାକିସ୍ତାନ ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପାକିସ୍ତାନର ସ୍ବତନ୍ତ୍ର କୋର୍ଟ ୨୦୧୪ ମାର୍ଚ୍ଚ ୩୧ରେ ଏକ ଦେଶଦ୍ରୋହ ମାମଲାରେ ମୁଶରଫଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ମୁଶରଫ ପାକିସ୍ତାନ ଇତିହାସର ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କ ବିରୋଧରେ ସମ୍ବିଧାନର ଅବହେଳା ନେଇ ମାମଲା ଚାଲିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୩ ନିର୍ବାଚନରେ ବିଜୟ ପରେ ପାକିସ୍ତାନ ମୁସଲିମ ଲିଗ୍‌ ସରକାର ଗଠନ କରିଥିଲା। ସରକାରକୁ ଆସିବା ପରେ ଜେନେରାଲ ପରଭେଜ ମୁଶରଫଙ୍କ ବିରୋଧରେ ଉକ୍ତ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ଅଭିଯୁକ୍ତ ମୁଶରଫ କେବଳ ଗୋଟିଏ ଥର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏହା ପରଠାରୁ ସେ କେବେହେଲେ କୋର୍ଟରେ ହାଜର ହୋଇନାହାନ୍ତି। ମାମଲାର ବିଚାର ଚାଲିଥିବାବେଳେ ୨୦୧୬ରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବିଦେଶ ଚାଲିଯାଇଥିଲେ। ତତ୍କାଳୀନ ସରକାର ଏଗ୍‌ଜିଟ୍‌ କଂଟ୍ରୋଲ ତାଲିକାରୁ ମୁଶରଫଙ୍କ ନାମକୁ ହଟାଇ ଦେଇଥିଲା, ଫଳରେ ଏହା ପରେ ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଅନୁମତି ମିଳିଯାଇଥିଲା। ସେବେଠାରୁ ମୁଶରଫ ଦୁବାଇରେ ରହୁଛନ୍ତି।

Leave A Reply

Your email address will not be published.