ସନି ଦେଓଲ @ 63

ଭୁବନେଶ୍ୱର (କଳିଙ୍ଗ ରିପୋଟର୍ସ):  ବଲିଉଡ଼ର   ବେଶ୍‌ ପରିଚିତ ନାୟକ ସନି ଦେଓଲ ୬୩ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦେଶକ, ପ୍ରଯୋଜକ ଏବଂ ରାଜନେତା ମଧ୍ୟ। ତାଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ମାତ୍ର ପରିବାର ଲୋକେ ତାଙ୍କୁ ସ୍ନେହରେ ସନି ଡାକିଥାନ୍ତି। ଚଳଚ୍ଚିତ୍ର ‘ଦାମିନୀ’ରେ ତାଙ୍କର ‘ଜବ୍‌ ୟେ ଢାଇ କିଲୋ କା ହାତ୍‌ ଉଠ୍‌ତା ହୈ ତୋ ଫିର୍‌ କୋଇ ଔର ଉଠ୍‌ତା ନହିଁ, ଉଠ୍‌ଜାତା ହୈ’ ଡାଏଲଗ୍ ପ୍ରଶଂସକଙ୍କର ପାଖରେ ବେଶ୍ ଆଦୃତ ଲାଭ କରିପାରିଥିଲା। ସେ ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ପୂର୍ବ ପଞ୍ଜାବର ସାହନେବାଲରେ ଜନ୍ମ ଗ୍ରହଣ କରିଥିଲେ। ସନି ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ସାଂସଦ ରହିଛନ୍ତି। ସେ ୧୯୮୨ମସିହାରେ ମୁକ୍ତିଲାଭ କରିଥିବା ବେତାବ ହିନ୍ଦୀ ଚଳଚ୍ଚିତ୍ରରୁ ବଲିଉଡ଼ରେ ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି- ବେତାବ(୧୯୮୨), ଜବରଦସ୍ତ(୧୯୮୫), ଅର୍ଜୁନ(୧୯୮୫), ଘାୟଲ(୧୯୯୦), ଗଦାର-ଏକ ପ୍ରେମ କଥା(୨୦୦୧), ଘାତକ(୧୯୯୬) ଭଳି ଅନେକ ଚଳଚ୍ଚିତ୍ର।

Leave A Reply

Your email address will not be published.