ଭାରତର ବାରବାଟୀ ବିଜୟ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ପରାସ୍ତ କରିଛି ଭାରତ। ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେ.ଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ ତିନିଟିକିଆ ଦିନିକିଆ ସିରିଜକୁ ୨-୧ରେ ହାତେଇଛି। ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିଚୋଲାସ ପୋରାନ ଓ ଅଧିନାୟକ କିରେଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ l ନିଚୋଲାସ ପୋରାଣ ୬୪ ବଲ ଖେଳି ୮୯ ରନ କରିଥିଲେ। ଯେଉଁଥିରେ ତାଙ୍କାର ୩ ଟି ବିଶାଳ ଛକା ୧୦ ଟି ଚୌକା ସାମିଲ l ସେହିଭଳି ୱେଷ୍ଟଇଣ୍ଡିଜ ଅଧିନାୟକ କିରେଣ ପୋଲାର୍ଡ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସମୁଦାୟ ୫୧ଟି ବଲ ଖେଳି ୭୪ରନ କରି ନଟଆଉଟ କରିଥିଲେ। ଯେଉଁଥିରେ ତାଙ୍କର ୭ ଟି ବିଶାଳ ଛକା ଓ ୩ ଟି ଚୌକା। ଜବାବରେ ଭାରତୀୟ ଓପନର କେଏଲ ରାହୁଲ ୮୯ବଲରେ ଗୋଟିଏ ଛକା ଓ ୮ଟି ଚୌକା ସହାୟତାରେ ୭୭ରନ କରିଥିବାବେଳେ ରୋହିତ ଶର୍ମା ୬୩ବଲରେ ଗୋଟିଏ ଛକା ୮ଟି ଚୌକା ସହାୟତାରେ ୬୩ରନ କରିଥିଲେ। ଅଧିନାୟକ ବିରାଟ କୋହଲି ୮୧ବଲରୁ ୯ଟି ଚୌକା ସହାୟତାରେ ୮୫ରନ କରିଥିଲେ। କୋହଲି ମ୍ୟାନ ଅଫ ଦି ମ୍ୟାଚ ଓ ରୋହିତ ଶର୍ମା ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି।

Leave A Reply

Your email address will not be published.