୧୮ରେ ଆଇପିଏଲ୍‌ ଖେଳାଳି ନିଲାମ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୧ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ଚେନ୍ନଇରେ ଆସନ୍ତା ଫେବୃଆରୀ ୧୮ରେ ଅନୁଷ୍ଠିତ ହେବ ବୋଲି ବୁଧବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ୨୦୨୧ ଆଇପିଏଲ୍‌ ଭାରତରେ ଅନୁଷ୍ଠିତ ହେବ କି ନାହଁ ସେ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ୨୦୨୦ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା। ମୋଟ ୫୭ଜଣ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି। ଖେଳାଳି ନିଲାମରେ ବ୍ୟୟ କରିବାକୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ନିକଟରେ ୫୩.୨୦ କୋଟି ଟଙ୍କା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୩୫.୯୦ କୋଟି, ରାଜସ୍ଥାନ ରୟାଲ୍‌ସ ନିକଟରେ ୩୪.୮୫ କୋଟି ଟଙ୍କା ରହିଥିବା ବେଳେ କଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦରାବାଦ୍‌ ନିକଟରେ ସବୁଠାରୁ କମ୍‌ ୧୦.୭୫ କୋଟି ଲେଖାଏଁ ଟଙ୍କା ରହିଛି।

Leave A Reply

Your email address will not be published.