ସୁସ୍ଥ ହେଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କରୋନାକୁ ନେଇ ସମସ୍ତେ ଆତଙ୍କିତ ଥିବାବେଳେ ଆମ ରାଜ୍ୟ ପାଇଁ ଭଲ ଖବର। ରାଜ୍ୟର ୪ଜିଲ୍ଲା ଏବଂ ଭୁବନେଶ୍ୱରର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡା, କଳାହାଣ୍ଡି, ସୁନ୍ଦରଗଡ଼, ଢେଙ୍କାନାଳ ଏବଂ ଭୁବନେଶ୍ୱରର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହି ୫ଜଣ ସୁସ୍ଥ ହେବା ପରେ ରାଜ୍ୟ ରେ ମୋଟ ପଜିଟିଭ ସଂଖ୍ୟା ୭୯ ଥିବା ବେଳେ ୪୯ଟି ଆକ୍ଟିଭ କେସ ରହିଛି, ମୋଟ ୨୯ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର କରୋନା ରେ ମୃତ୍ୟୁ ହୋଇଛି।

Leave A Reply

Your email address will not be published.