ଓଡ଼ିଶାରେ ଆଉ ନୂଆ ୩ କରୋନା ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଓଡ଼ିଶାକୁ ପୁଣି ଘାରିଲା କରୋନା ଚିନ୍ତା । ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ସେମାନେ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ଏବେ ରାଜ୍ୟରେ ମୋଟ୍ ୫୧ ଆକ୍ଟିଭ୍ କେସ୍ ରହିଛି । ତିନି ଦିନ ଧରି ଭଦ୍ରକରୁ କରୋନା ପଜିଟିଭ୍ ରିପୋର୍ଟ ଆସୁଛି । ଏମାନଙ୍କୁ ମିଶାଇ ଭଦ୍ରକରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି ।ଆକ୍ରାନ୍ତମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଛି ।

Leave A Reply

Your email address will not be published.