ତିନି ଜିଲ୍ଲା ସଟଡାଉନ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଗୁରୁବାର ରାତି ୧୦ଟାରୁ ୨୬ ତାରିଖରେ ରାତି ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ । ଏହି ସମୟରେ କେବଳ କେତେକ ନିର୍ଦ୍ଧିଷ୍ଟ ମେଡିସିନ ଷ୍ଟୋରକୁ ଛାଡିଲେ, ବାକି ସମସ୍ତ ଦୋକାନ-ବାଜର ବନ୍ଦ ରହିବ । ଏହି ସମୟରେ ଯଦି କେହି ନିୟମ ଭଙ୍ଗ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ୩ଦିନ ହେଲା ଏହି ୩ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ।

Leave A Reply

Your email address will not be published.