ଯାଜପୁରରେ ଆଉ ୪ ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ଆଜି ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତମାନେ ସମସ୍ତେ ଯାଜପୁର ଅଂଚଳର ବୋଲି ଜଣାପଡିଛି । ଏହାକୁ ମିଶାଇ ଯାଜପୁରରେ ମୋଟ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟା, ଜଣେ ୪୮, ଜଣେ ୮୦ ବର୍ଷୀୟ ମହିଳା ଥିବା ବେଳେ ଅନ୍ୟ ଜଣେ ୨୧ ବର୍ଷିୟ ପୁରୁଷ ଅଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ଆକ୍ରାନ୍ତଙ୍କ ପରିବାର ସଦସ୍ୟ ବୋଲି ଜଣାପଡିଛି । ସେହିପରି ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି । ଏହି ୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୫୩ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସଂକ୍ରମଣ ଜୋନର ବୋଲି ସନ୍ଦେହ କରାଯାଉଛି । ଏମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ନେଇ ଛାନଭିନ ଆରମ୍ଭ ହୋଇଛି ।

Leave A Reply

Your email address will not be published.