ଚିନ୍ତା ବଢ଼ାଉଛି ପଶ୍ଚିମବଙ୍ଗ ଲିଙ୍କ- ଭଦ୍ରକରେ ଆଉ ୪ ପଜିଟିଭ

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ସମସ୍ତେ ଭଦ୍ରକ ଅଂଚଳର ଓ ତାଙ୍କର ବୟସ ୪୦, ୨୯, ୪୧ ୨୪ ବର୍ଷ, ସେମାନେ ସମସ୍ତେ ପୁରୁଷ । ସେ ନିକଟରେ କୋଲକାତାରୁ ଫେରିଥିଲେ । ସେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଦନ୍ତ ଚାଲିଛି । ଏହାକୁ ମିଶାଇ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଓ ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଚିଛି । ଏହି ୯୪ଆକ୍ରାନ୍ତଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୬୦ ଜଣ ଆକ୍ରାନ୍ତ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସଂକ୍ରମଣ ଜୋନର ବୋଲି ସନ୍ଦେହ କରାଯାଉଛି । ସେହିପରି ଗୁରୁବାର ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ ହୋଇଛି । ଗୋଟିଏ ଦିନରେ ମୋଟ ୨୪୭୪ ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ୧୨୪୧, ଏମ୍ସରେ ୧୧୫, ଏସସିବିରେ ୫୪୮, ଏମକେସିଜିରେ ୪୫, ଭିମସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩ ଓ ଆପୋଲରେ ୧୯ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ପୂର୍ବରୁ ଗୋଟିଏ ଦିନରେ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା ।

Leave A Reply

Your email address will not be published.