ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): କରୋନା ଭାଇରସ୍ ଆହ୍ୱାନର କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ରାଜ୍ୟର ଡାକ୍ତର, ନର୍ସ, ପାରାମେଡ଼ିକାଲ୍ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂରି ଭୂରି ପ୍ରଶଂସା କରିଛନ୍ତି ।ଖାଲି ସେତିକି ନୁହେଁ ରାଜ୍ୟର ସମସ୍ତ ଡାକ୍ତର, ନର୍ସ, ପାରାମେଡ଼ିକାଲ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏପ୍ରିଲ୍, ମେ, ଜୁନ୍ ଏବଂ ଜୁଲାଇ ମାସର ଦରମା ସେମାନଙ୍କୁ ଏପ୍ରିଲ୍ ମାସରେ ଏକକାଳୀନ ପ୍ରଦାନ କରାଯିବ । ସେମାନଙ୍କ ଓ ସେମାନଙ୍କ ପରିବାରର ସୁବିଧା ଲାଗି ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ କାମରେ ବ୍ୟାଘାତ କିମ୍ବା ସେମାନଙ୍କ ପ୍ରତି କୌଣସି ର୍ଦୁବ୍ୟବହାର ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏଭଳି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.