ଉଡ଼େଇ ଦେବି

ଭୁବନେଶ୍ୱର(କଳିଙ୍ଗ ରିପୋର୍ଟର): ବାବୁଙ୍କ ଦବଙ୍ଗଗିରି । ଲକଡାଉନ ନିୟମ ଭାଙ୍ଗିବାରୁ ସର୍ବସମ୍ମୁଖରେ ଦୁଇ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ‘ଉଡ଼େଇ ଦେବି କିଛି ଫରକ ପଡିବନି’ କହି ଧମକଚମକ ଦେଉଛନ୍ତି । ଘଟଣାଟି କମିଶନରେଟ ପୁଲିସର ବାଲିପାଟଣା ଥାନା ଅଧିନ ବନମାଳିପୁର ଫାଣ୍ଡି ଅଂଚଳରେ ଘଟିଛି । ଫାଣ୍ଡି ଅଧିକାରୀ ଏସଆଇ ପ୍ରକାଶ ପୃଷ୍ଟି ନିଜର ସର୍ଭିସ ରିଭଲବଲକୁ ଯୁବକଙ୍କ ମୁଣ୍ଡରେ ଗୁଳି ଫୁଟାଇଦେବାକୁ ଧମକ ଦେଉଛନ୍ତି । ଭିଡ଼ଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାକୁ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ବନମାଳିପୁର ଫାଣ୍ଡି ଭେଙ୍କଟରାୟପୁର ଭୋଇସାହିର ତିନିଜଣ ଯୁବକ ଲକ୍‌ଡାଉନ୍ ନିୟମ ଭାଙ୍ଗି ବାଇକ୍ ଯୋଗେ ବଜାରରୁ ଘରକୁ ଫେରୁଥିଲେ । ରାସ୍ତାରେ ଚେକିଂ କରୁଥିବା ଶ୍ରୀ ପୃଷ୍ଟି ସେମାନଙ୍କୁ ଅଟକାଇ ତାଗିଦ କରିଥିଲେ । ଏକଥା ଯୁବକମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ଏକାଠି ହୋଇ ଚେକିଂ ସ୍ଥଳକୁ ଯାଇ ଫାଣ୍ଡି ଅଧିକାରୀଙ୍କୁ ପଚାରିଥିଲେ । ଏତିକିବେଳେ ଶ୍ରୀ ପୃଷ୍ଟି ରାଗି ଯାଇ ଦୁଇଜଣେ ଯୁବକଙ୍କ ମୁଣ୍ଡରେ ନିଜ ସର୍ଭିସ୍ ରିଭରବଲ ଲଗାଇ ଧମକାଇଥିଲେ । ଏପରିକି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ହୁଏତ, ମହାମାରୀ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ଲାଗି ଅମାନିଆଙ୍କୁ ଗାଳି ଓ ଲାଠିମାଡକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି, ହେଲେ ସର୍ବସମ୍ମୁଖରେ ମୁଣ୍ଡରେ ବନ୍ଧୁକ ଲଗାଇବାକୁ ନେଇ ପୁଲିସ ସମାଲୋଚନାର ଶୀକାର ହେଉଛି ।

Leave A Reply

Your email address will not be published.