ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦାବି

ଭୁବନେଶ୍ୱର (କଳିଙ୍ଗ ରିପୋର୍ଟର): ଓଡ଼ିଶୀ ସଙ୍ଗୀତର ପରମ୍ପରା, ଐତିହ୍ୟ ଏବଂ ଲିଖିତ ଇତିହାସ ଦୀର୍ଘ ଅଢ଼େଇ ହଜାର ବର୍ଷରୁ ଅଧିକ ସମୟ ଧରି  ରହିଛି । ଏଥିରେ ଲିପିବଦ୍ଧ ପ୍ରମାଣ ଏବଂ କଳା-ସ୍ଥାପତ୍ୟ ଏବଂ ମୂର୍ତ୍ତିକଳାର ଚମତ୍କାରତା ଅଛି ।  ଏହା ଶାସ୍ତ୍ରୀୟ ଓଡିଆ ଭାଷାରେ ରଚିତ ନାଟକ ଏବଂ ଗୀତି  ସାହିତ୍ୟ ଉପରେ ପ୍ରଭାବ ପକାଇଛି ।  ଓଡ଼ିଶୀ ସଂଗୀତ ତତ୍ତ୍ୱଗତ ନିୟମ ଏବଂ ବ୍ୟାକରଣଗତ ନିୟମ ପାଳନ କରେ ।  ସର୍ବୋପରି, ଶ୍ରୋତାମାନଙ୍କ ହୃଦୟରେ ଚିତ୍ତାକର୍ଷକ ପ୍ରଭାବ ସୃଷ୍ଟି କରୁଥିବା ଉନ୍ନତମାନର  ନିତ୍ୟନୂତନ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆବେଦନ ହେତୁ ଉଚ୍ଚ ମାନର ନିୟମିତ ଗାୟନ ଏବଂ କ୍ରମାଗତ ପ୍ରଦର୍ଶନ ଜାରି ରହିଛି । ଓଡ଼ିଶୀ ସଂଗୀତଜ୍ଞମାନେ ଶାସ୍ତ୍ରର ନୀତି ଏବଂ ବ୍ୟାକରଣ ଅନୁଯାୟୀ ସଙ୍ଗୀତଶିକ୍ଷା, ଅଭ୍ୟାସ ଏବଂ ପ୍ରଦର୍ଶନ କରୁଛନ୍ତି ।  ସେମାନେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସର୍ବସାଧାରଣ ସ୍ଥାନ  ଏବଂ ସମ୍ମିଳନୀରେ ପ୍ରଦର୍ଶନ କରି ଆସୁଛନ୍ତି ।  ଆକାଶବାଣୀ , ଦୂରଦର୍ଶନ ଏବଂ ବେସରକାରୀ ବେତାର ଏବଂ ଟି.ଭି ଚ୍ୟାନେଲଗୁଡ଼ିକ ଏହି ମହାନ ସଂଗୀତର ପ୍ରସାରଣ କରୁଛନ୍ତି ।  ଅନେକ ଓଡ଼ିଶୀ ସଂଗୀତ ଗୁରୁ ଓ ଗାୟକ ସେମାନଙ୍କ ଗାୟନ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ଆସୁଛନ୍ତି ।  ସଂଗୀତରେ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେଇ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଓଡ଼ିଶୀ ସଙ୍ଗୀତ ଶିଳ୍ପୀ ଏବଂ ବାଦକ ମାନଙ୍କୁ ସମ୍ମାନିତ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅଧୁନା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦିଓ ଓଡ଼ିଶୀ ନୃତ୍ୟକୁ ଦେଶର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟର  ମାନ୍ୟତା ଦିଆଯାଇଛି ଏବଂ ଏହାର ଚରିତ୍ର ଭଙ୍ଗୀ, ଠାଣୀ, ଲାଳିତ୍ୟ, ମୁଦ୍ରା ଇତ୍ୟାଦି ହେତୁ ପ୍ରଖ୍ୟାତି ପାଇପାରିଛି l ବିଡମ୍ବନାର ବିଷୟ, ଓଡ଼ିଶୀ ସଙ୍ଗୀତକୁ ଜାତୀୟ ସ୍ତରରେ ସଂଗୀତର ଅନ୍ୟତମ ଶାସ୍ତ୍ରୀୟ ରୂପ ଭାବରେ ସ୍ୱୀକୃତି ଦିଆଯାଇ ନାହିଁ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଇଛନ୍ତି । ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ନେତୃତ୍ୱରେ  ଉମାଚରଣ ମହାନ୍ତି ,ଲଖଣ ଦାସ, ଅଲେଖ ଜେନା , ସୂର୍ଯ୍ୟକାନ୍ତ ସ୍ୱାଇଁ , ନୀଳମଣି ମିଶ୍ର ଓ  ନିରଞ୍ଜନ ସାହୁ ପ୍ରମୁଖ ଓଡ଼ିଶାର କର୍ମକର୍ତ୍ତା ମାନେ  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ,ବିରୋଧୀଦଳ ନେତା ପ୍ରଦୀପ କୁମାର ନାୟକଙ୍କ ସମେତ ତାର ପ୍ରସାଦ ବାହିନୀପତି ,  ସନ୍ତୋଷ ସିଂ ସାଲୁଜା, ରାଜକିଶୋର ଦାସ , ସୁରେନ୍ଦ୍ର ରାଉତରାୟ , ବିଷ୍ନୁ ଚରଣ ସେଠୀ ପ୍ରମୁଖଙ୍କୁ ଭେଟି ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି ।

Would you expect alprostadil and than m. cialis over the counter south africa After medication bowel wau and not withdrawn abruptly due to possible diagnostic difficulties.

Leave A Reply

Your email address will not be published.